ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମାଝୀ
ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସର ନାମରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ପଶ୍ବିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।‘ଜଗନ୍ନାଥ ଧାମ’ କେବଳ ପୁରୀ, ଅନ୍ୟ କୌଣସି ସ୍ଥାନ ପାଇଁ ଏହି ଶବ୍ଦର ବ୍ୟବହାର ଗ୍ରହଣୀୟ ନୁହେଁ” ବୋଲି ମୋହନ ମାଝୀ ଚିଠି ଲେଖିଛନ୍ତି ।ଦୀଘା ମନ୍ଦିର ନାମକରଣକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ । ‘ଧାମ’ ବଦଳରେ “ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା” ନାମ ରଖିବାକୁ ଚିଠିରେ ପ୍ରସ୍ତାବ ରହିଛି । କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆଧ୍ୟାତ୍ମିକ ଭାବାବେଗର ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ ।ମୁଖ୍ୟମନ୍ତ୍ରୀଙ୍କ ପତ୍ର ପରେ ପଶ୍ଚିମବଙ୍ଗ ସରକାର ଏହି ନାମକରଣରେ କୌଣସି ପରିବର୍ତ୍ତନ କରୁଛନ୍ତି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।