ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଆଇଜି ହିମାଂଶୁ ଲାଲଙ୍କୁ ରେଞ୍ଜ ଦାୟିତ୍ୱ। ନିୟୋଜିତ ହେବେ ସିଆରପିଏଫ୍ର ୧୪ କମ୍ପାନୀ। କୋରାପୁଟ ରେଞ୍ଜ ଡିଆଇଜି ଛୁଟିରେ ଥିବାରୁ ହିମାଂଶୁ ଲାଲଙ୍କୁ ଦାୟିତ୍ଵ ଦିଆଯାଇଛି। ଅତିରିକ୍ତ ଡିଜିପି ରାଜେଶ କୁମାର ଉପନିର୍ବାଚନ ପାଇଁ ନୂଆପଡ଼ାର ସାମଗ୍ରିକ ଦାୟିତ୍ୱରେ ଅଛନ୍ତି। ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ନୂଆପଡ଼ା ଉପ-ନିର୍ବାଚନ ନଭେମ୍ବର ୧୧ ରେ ହେବ ଓ ନିର୍ବାଚନ ଫଳାଫଳ ୧୪ ତାରିଖରେ ପ୍ରକାଶ ପାଇବ।
