ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତ ସାରେଡା ଗାଁରେ ରଞ୍ଜନ କାଣ୍ଡି ଗାଧେଇବାକୁ ଆସି ଗାଡିଆରେ ଗୋଡଖସି ମୃତ

କୋଣାର୍କ:-29/11/2025 ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତ ସାରେଡା ଗାଁରେ ରଞ୍ଜନ କାଣ୍ଡି ଗାଧେଇବାକୁ ଆସି ଗାଡିଆରେ ଗୋଡଖସି ମୃତବରଣ କରିଛନ୍ତି।ସୂଚନା ମୁତାବକ ଆଜି ଗାଧୋଇବାକୁ ରଞ୍ଜନ କାଣ୍ଡି ବୟସ ୫୮ ଗାଁ ମୁଣ୍ଡ ପୋଖରୀକୁ ଆସିଥିବା ବେଳେ ଗୋଡ ଖସିଜିବାରୁ ଗାଡିଆ ଭିତରକୁ ଖସି ଯାଇଥିଲେ। ଘରଲୋକ ଖୋଜାଖୋଜି କରିବା ପରେ ଗୋପ ଅଗ୍ନିଶମ ବିଭାଗ କୁ ଡକାଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମି ଆସି ଗାଡିଆ ଭିତରେ ଖୋଜାଖୋଜି କରିବା ପରେ ତାଙ୍କର ମୃତ ଶରିରକୁ ପାଇଥିଲେ। ପରେ ଗୋପ ମେଡିକାଲ ନେବାପରେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ରଞ୍ଜନ ଘରର ରୋଜଗାରିଆ ଥିବାରୁ ପରିବାର କିପରି ଚଳିବେ ସେଥିପାଇଁ ଚିନ୍ତାରେ ପରିବାର ସେପଟେ ଗାଁ ଲୋକେ କ୍ଷତିପୂରଣ ପାଇଁ ବାବି କରିଛନ୍ତି। କୋଣାର୍କ ରୁ ପ୍ରକାଶ କାଣ୍ଡି