ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ 

ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି।ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକ ପୂର୍ବରୁ ବିଜେଡି କ୍ୟାମ୍ପେନରେ ବୁଲୁଥିଲେ, ଏବେ ବିଜେପି ବୁଲୁଥିବାରୁ ବବି ଦାସ ତାଙ୍କ ଏହା କାହିଁକି କରୁଛୁ ବୋଲି ପଚାରିବା ସହ ଧମକାଇ ମାଡ ମାରିଥିଲେ ।