ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ
କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡ଼ି ITI ପଛପଟେ ଘଟିଛି ଘଟଣା । ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ । ମୁହଁରେ ସ୍ପ୍ରେ କରି ଜୋର୍ ଜବରଦସ୍ତି ଟେକି ନେଇଥିଲେ। ନିକଟରେ ଥିବା ଆଇଟିଆଇ କଲେଜ ପଛପଟେ ଗଣ ଦୁଷ୍କର୍ମ କରି ଅଚେତ୍ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବାବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ପୀଡିତାଙ୍କ ଜଣେ ଅତି ନିକଟତମ ସମ୍ପର୍କିତ ବନ୍ଧୁ ଏଭଳି କରିଥିବା କୁହାଯାଉଛି। ଏନେଇ ବୀରମହାରାଜପୁର ପୋଲିସ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୋନପୁର ସମ୍ବଲପୁର ଏକ ମୁଖ୍ୟ ରାସ୍ତା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
