ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଭପକୃତ ହୋଇଛନ୍ତି ୫୦କୋଟିରୁ ଅଧିକ ହିତାଧିକାରୀ ।
୧୦ ବର୍ଷରେ ପଦାର୍ପଣ କଲା ମୁଦ୍ରା ଯୋଜନା । ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ଭିତରେ ମୁଦ୍ରା ଯୋଜନା ଥିବା ବେଳେ ଏହା ୧୦ ବର୍ଷରେ ପାଦ ଦେଇଛି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଲାଭାର୍ଥୀଙ୍କୁ ନିଜ ଦିଲ୍ଲୀ ସ୍ଥିତ ବାସଭବନକୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଦ୍ରା ଯୋଜନା ସେମାନଙ୍କ ଆର୍ଥିକ ସ୍ଥିତିକୁ କେତେ ଲାଭଦାୟକ ସାଜିଲା ସେମାନଙ୍କ ଅନୁଭୂତି ପଚାରିଛନ୍ତି |ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ବଢିଛି ଲାଭାର୍ଥୀଙ୍କ ଆୟ । ଭପକୃତ ହୋଇଛନ୍ତି ୫୦କୋଟିରୁ ଅଧିକ ହିତାଧିକାରୀ । ବିନା କୌଣସି ବନ୍ଧକରେ ଋଣ ନେଇ ସେମାନେ ଆରମ୍ଭ କରିଛନ୍ତି ବ୍ୟବସାୟ । ଆଉ ଏହାର ସୁଫଳ ଏବେ ମିଳିଛି ।୫୦ କୋଟିରୁ ଅଧିକ ହିତାଧିକାରୀ ୩୩ଲକ୍ଷ କୋଟି ଋଣ ନେଇଛନ୍ତି ।
ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ମହିଳା ହିତାଧିକାରୀ । ଲାଭାର୍ଥୀଙ୍କ ମଧ୍ୟରୁ ୫୦ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ।ତେବେ ୮ ଜୁଲାଇ ୨୦୧୫ରେ ଆରମ୍ଭ ହୋଇଥିଲା ମୁଦ୍ରା ଯୋଜନା । ମୋଦୀ ସରକାରଙ୍କ ଏହି ଯୋଜନାରେ ୩୩ କୋଟି ଟଙ୍କା ଦେଶର ବିଭିନ୍ନ ହିତାଧିକାରୀଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯାଇ ସାରିଲାଣି । ଲାଭାର୍ଥୀଙ୍କୁ ମୋଦୀ କହିଛନ୍ତି- ଦେଶର ସାଧାରଣ ଲୋକଙ୍କୁ ୩୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି । ଭାରତର ଯୁବପିଢ଼ିଙ୍କ ପାଖରେ ଅନେକ ଉଦ୍ୟୋଗୀ ଦକ୍ଷତା ରହିଛି ଯଦି ସେମାନଙ୍କୁ ଟିକିଏ ସାହାଯ୍ୟ ମିଳେ ତାହାଲେ ସେମାନେ ସଫଳ ହୋଇପାରିବେ ।
