ବାର୍ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା : ୧୧ ଜଣ ଗିରଫ

ରାଜଧାନୀ ପୁଲିସ ଓ ଅବକାରୀ ବିଭାଗକୁ ମାନୁ ନାହାନ୍ତି କି ମଦ ବେପାରୀ ଏବଂ ଅପରାଧୀ ? ନିୟମ ତା’ ବାଟରେ ରହିଛି, କାମ ତା’ ବାଟରେ ହେଉଛି । ତେବେ ବାର୍ ସିକ୍ୟୁରିଟିଗାର୍ଡଙ୍କୁ ଗୁଳିମାଡ ଘଟଣାରେ ୧୧ ଜଣଙ୍କୁ ଗିରଫ କରିବା ପରେ ପୁଣି ପୁଲିସ ଦଧିବାମନ ଓ କୃଷ୍ଣ ବାରିକକୁ ଗିରଫ କରିଛି । ମାଷ୍ଟର ମାଇଣ୍ଡ ଶିବା ପାତ୍ରଙ୍କ ସହ ଏକାଧିକ ଏବେବି ଫେରାର ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏକ ବାର୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଡମଣାରେ ଥିବା ଏହି ବାର୍‌ ଭିତରେ ପଶିଥିଲେ ଶିବା ଓ ତାର ଗ୍ୟାଙ୍ଗ । ରାତି ୨ଟାରେ ବାର୍ ବନ୍ଦ କରିବାକୁ ସିକ୍ୟୁରିଟି ଗାର୍ଡ କହିବାରୁ ବଚସା ହୋଇଥିଲା । ଯାହାକୁ ନେଇ ବାର୍ ତଳେ ସିକ୍ୟୁରିଟି ଗାର୍ଡଙ୍କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ସିକ୍ୟୁରିଟି ଗାର୍ଡଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

You might also like