୧୬ ଜଣ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

ଓଡ଼ିଶା ସରକାର ଲୋକ ସେବା ଭବନରେ ନିକଟରେ ନିଯୁକ୍ତ ହୋଇଥିବା ୧୬ ଜଣ ଯୁଗ୍ମ ସଚିବ, ଆଇଏଏସ୍ ଅଫିସରମାନଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତ କରିଛନ୍ତି।୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଧରମ ହାଂସଦା, ରୀନା ମହାପାତ୍ର, ଲିଲି କୁମାରୀ କୁଲୁ, ଅରାଧନା ଦାସଙ୍କୁ ପଦ‌ୋନ୍ନତି ମିଳିଛି। ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନରହରି ସେଠୀ, ମଧୁମିତା ରଥ, ଦେବାଶିଷ ସିଂ, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପ୍ରୁଷ୍ଟି, ସ୍ୱୟଂ ପ୍ରଭା ମହାନ୍ତି, ସୁଦାମ ଚରଣ ମଣ୍ଡଳ ଏବଂ ଗିରିଶ ଚନ୍ଦ୍ର ସିଂହଙ୍କୁ ସରକାରଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୫ ମସିହା ଏପ୍ରିଲ ୧୦ ତାରିଖରେ, ଓଡ଼ିଶା ସରକାର ଉପରୋକ୍ତ ଅଫିସରମାନଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆଇଏଏସ୍ କ୍ୟାଡରକୁ ପଦୋନ୍ନତ ହେବା ପରେ ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଥିଲେ।

You might also like