କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ
୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ।ଓଡ଼ିଶା କ୍ୟାଡରର ଏହି ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଫଳରେ ଏହି ଦୁଇ ଅଧିକାରୀଙ୍କ ଅଭିଜ୍ଞତା ବଢିବା ସହ ଜାତୀୟ ଆଇନ ପ୍ରବର୍ତ୍ତନ ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
