ବିବାହିତା ମହିଳାଙ୍କୁ ଭେଟିବାକୁ ଆସିଥିଲେ ପ୍ରେମିକ, ସ୍ୱାମୀ ହାତରେ ଧରାପଡ଼ି….

ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବତୀ ଅନ୍ୟ ଗାଁରେ ବିବାହ କରିଥିଲେ । ସେ ତାଙ୍କ ବାପଘରକୁ ଆସିଥିଲେ । ବିବାହିତା ମହିଳାଙ୍କୁ ପ୍ରେମ କରୁଥିବା ପାଟଣାଗଡ ଅଞ୍ଚଳର ଜଣେ ଯୁବକ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବକ ଏବଂ ସାଙ୍ଗରେ ଆସିଥିବା ଅନ୍ୟ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ଦଉଡିରେ ବାନ୍ଧି ଦେଇଥିଲେ ମହିଳାଙ୍କ ସ୍ବାମୀ । ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

You might also like