ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ୨୮୨ଜଣ ଅସୁସ୍ଥ ।
ରାଜ୍ୟରେ ଖରାର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗରମ ଓ ଗୁଳୁଗୁଳି ପାଇଁ ୨୮୨ ଜଣ ଲୋକ ଅସୁସ୍ଥ ହୋଇପଡିଲେଣି। ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅସୁସ୍ଥ। ଝାରସୁଗୁଡାରେ ୭୨ଏବଂ ମୟୂରଭଞ୍ଜରେ ୪୨ ଜଣ , ସୋନପୁରରେ ୧୭ଜଣ ,ବାଲେଶ୍ୱରରେ ୨୪ ଜଣ, ଦେବଗଡରେ ୧୫ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ସକାଳ ୧୦ଟା ପରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।
