ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ଏହି ୩ ଟ୍ରେନ

ପୂର୍ବ ଘୋଷଣା ଅନୁଯାୟୀ, ପୂର୍ବ ତଟ ରେଳବାଇ (ECoR) ଶୁକ୍ରବାର ଦିନ ଘୋଷଣା କରିଛି ଯେ ତିନୋଟି ପ୍ରମୁଖ ଏକ୍ସପ୍ରେସ୍ ଟ୍ରେନ୍ ୨୦୨୫ ମେ ୧୧ ତାରିଖରୁ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ (BBSN) ରୁ ଚାଲିବ।ଏହି ଟ୍ରେନଗୁଡ଼ିକ ହେଉଛି- 11020/11019 ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ।ଉପରୋକ୍ତ ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ।

ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଉପୋରକ୍ତ ଟ୍ରେନ ଗୁଡିକ 20 ମିନିଟ୍ ରହଣି ସମୟ ପ୍ରଦାନ କରିବେ। ତେବେ ଉତ୍ତର ଭୁବନେଶ୍ୱର, ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ।ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସହରର ମୁଖ୍ୟ ରେଳ ଷ୍ଟେସନରେ ଭିଡ଼ ହ୍ରାସ କରିବା ଏବଂ ରାଜଧାନୀର ଉତ୍ତର ଅଞ୍ଚଳ ତଥା ବିସ୍ତାରିତ କଟକ ସହରରେ ଉନ୍ନୟନକୁ ଉତ୍ସାହିତ କରିବା।

You might also like