କଟକରେ ପୁଣି ଲଜ୍ଜା । ତ୍ରିଶୂଳିଆ ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିବାର ସୂଚନା ରହିଛି। ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା। ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟି ରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା। ଏଣେ ଦୁଷ୍କର୍ମପୀଡ଼ିତା କଟକର ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଆବଶ୍ୟକ ପଡ଼ିଲେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଜଣାଯାଇଛି।

You might also like