ବିଭିନ୍ନ ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ପାଇଁ ଆଶ୍ବସ୍ତିକର ଖବର । ୬୦ ଦିନରେ ମୁକୁଳିବେ ୬୦ ଜଣ କଏଦୀ ।

ବିଭିନ୍ନ ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଜେଲ୍‌ ବିଭାଗ ଆରମ୍ଭ କରିଛି ନୂଆ ଅଭିଯାନ ମୁକ୍ତି । ଏହି ଅଭିଯାନରେ ୬୦ ଦିନରେ ମୁକୁଳିବେ ୬୦ ଜଣ କଏଦୀ । ଏସଂପର୍କରେ ସୂଚନା ଦେଇଛନ୍ତି ଜେଲ୍‌ ଏଡିଜି ଅମିତାଭ ଠାକୁର । ଅଭିଯାନ ମୁକ୍ତିରେ କଏଦୀଙ୍କ ମୁକ୍ତିପାଇଁ କିଛି ନିୟମାବଳୀ ରହିଛି । ଯେଉଁ କଏଦୀ ମାନେ ସମସ୍ତ ନିୟମକୁ ମାନିଥିବେ ସେମାନେ ଜେଲ୍‌ରୁ ମୁକ୍ତି ପାଇବେ । ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଓ ଯେଉଁମାନଙ୍କର ଶୁଣାଣି ଜାରି ରହିଛି ସେମାନେ ରହିପାରିବେ ।ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ୩ଟି ପର୍ଯ୍ୟାୟ ରହିଛି ।

ମୁକୁଳିବାକୁ ଥିବା କଏଦୀ ଅତିକମରେ ଅତିକମ୍‌ରେ ୧୪ ବର୍ଷ, ୨୦ ବର୍ଷ ଏବଂ ୨୫ ବର୍ଷ ସଜା କାଟିଥିବେ ।ସେହିପରି ଯେଉଁମାନଙ୍କର ଶୁଣାଣି ଜାରି ରହିଛି ସେମାନଙ୍କ ପାଇଁ ମଧ୍ୟ ସମାନ ଭାବରେ ନିୟମ ରହିଛି । ଏଥି ସହ ସପୋର୍ଟ ଟୁ ପୋର ପ୍ରିଜନ ଅର୍ଥାତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା କଏଦୀଙ୍କ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ମୁକ୍ତି ଅଭିଯାନ ସହ ଜେଲ୍‌ କର୍ମଚାରୀଙ୍କୁ ମୁକ୍ତି ଯୋଦ୍ଧା ଆୱାର୍ଡ ମିଳିବ ।ମୁକ୍ତି ଅଭିଯାନ ପାଇଁ ହୋଇଥିବା କିଛି ନିୟମ ହେଉଛି କଏଦୀମାନଙ୍କ ଉତ୍ତମ ବ୍ୟବହାର, ଆଚରଣ,ଉଚ୍ଚାରଣରେ ସଂଯମତା,ନିଜକୁ ପରିବର୍ତ୍ତନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ରଖିଥିବା ଇଚ୍ଛା ଏଭଳି କିଛି ନିୟମ ରହିଛି ।

You might also like