ମାଟ୍ରିକ୍ ବୋର୍ଡ ପରୀକ୍ଷା ୨୦୨୫: କପି କରି ୮ ଧରାପଡ଼ିଲେ
ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ପାରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ହଲ୍ରେ କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ସୂଚନା ଅନୁଯାୟୀ, ସୋମବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଏବଂ ଜନସଂଖ୍ୟା ଶିକ୍ଷା (କେବଳ ଶ୍ରବଣ ବାଧିତ ପ୍ରାର୍ଥୀଙ୍କ ପାଇଁ) ପରୀକ୍ଷା ସମୟରେ ଆଠ ଜଣ କପି କରି ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବୋର୍ଡ ସଭାପତି କହିଛନ୍ତି।
ତେବେ ମାଟ୍ରିକ ପରୀକ୍ଷାରେ ଡ୍ରପ୍ଆଉଟ୍ ଏବେ ଚିନ୍ତାର ବିଷୟ ପାଲଟିଛି। ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହା ଉପରେ ନଜର ରଖାଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ସେଣ୍ଟର୍ ସୁପରିଟେଣ୍ଡେଣ୍ଟମାନେ ଏସମ୍ପର୍କରେ ଅବଗତ ଅଛନ୍ତି।
