ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗତକାଲି (୨୬ ଡିସେମ୍ବର ୨୦୨୪) ରାତି ୯.୫୧ରେ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାତି ପ୍ରାୟ ୮ ଟା ସମୟରେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଭାରତର ଜଣାଶୁଣା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଡ. ମନମୋହନ ସିଂ ବେଶ୍ ଜଣାଶୁଣା ଥିଲେ।

ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୧୫ ତମ ଗଭର୍ଣ୍ଣର ହୋଇଥିଲେ। ଦୁଇ ଥର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କଲେଜ ପ୍ରଫେଶର ମଧ୍ୟ ଥିଲେ। ତେବେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ୭ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି । ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ ହେବ ।

You might also like