ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ସରକାର ଶୁକ୍ରବାର ଦିନ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ସେମାନେ ନିଜ ଦୋକାନରେ ବା ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏ ନେଇ ଏକ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ସାଇନବୋର୍ଡ ଲାଗିବା ନିଶ୍ଚିତ କରାଯିବ।ଏ ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ଇଂଲିଶ ନାମ ଫଳକ ହଟାଇବାରେ ସରକାର ବିଫଳ ହୋଇଥିବା ବୁଦ୍ଧିଜୀବି ପ୍ରକାଶ କରିଛନ୍ତି। ପୂର୍ବ ସରକାର ଏଥିପାଇଁ ନିୟମ ସହ ଦଣ୍ଡ ବିଧାନ ବ୍ୟବସ୍ଥା କରିଥିଲେ। କିନ୍ତୁ କାର୍ଯ୍ୟକ୍ରାରୀ ହୋଇପାରୁ ନାହିଁ। ସରକାରୀ ସୂଚନା ଅନୁସାରେ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ (୧୯୫୬) ଅନୁଯାୟୀ ସାଇନବୋର୍ଡ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ ମାମଲା ରୁଜୁ ହୋଇପାରେ ଓ ଜୋରିମାନା ଲାଗିବ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଏପର୍ଯ୍ୟନ୍ତ ଓଡ଼ିଆରେ ସାଇନବୋର୍ଡ ଲେଖି ନାହାନ୍ତି, ସେମାନେ ଶୀଘ୍ର ଏହା କରନ୍ତୁ। ଓଡ଼ିଆ ପରିଚୟ ଓ ଭାଷାକୁ ପ୍ରୋତ୍ସାହନ ଦେବା ରାଜ୍ୟର ଲକ୍ଷ୍ୟ ବୋଲି ମନ୍ତ୍ରୀ ସମସ୍ତଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

You might also like