ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ । ୫ଟି ଗାଡିରେ ୯ ଜଣି ଟିମ ପହଞ୍ଚିଛନ୍ତି । ଟିମ ସହ ଡିଡିଏମ୍ ଓ ରେଞ୍ଜର ମଧ୍ୟ ଉପସ୍ଥିତ ଅଛନ୍ତି । ଆଜି ଦିନ ତମାମ କୋଇଡ଼ାରେ ବହୁମୂଲ୍ୟ ମାଙ୍ଗାନିଜ ଲୁହାପଥର ଚୋରାଚାଲାଣର ତଦନ୍ତ କରିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ।ଏହି ଚଢାଉରେ ଏନଫୋର୍ସମେଣ୍ଟ ଟିମ୍ ସହ ଡିଡିଏମ୍ ଓ ରେଞ୍ଜର ମଧ୍ୟ ଉପସ୍ଥିତ ଅଛନ୍ତି ।କୋଇଡାର କେନାଭେଟା, ଗିଡେଇ, ଗଣୁଆ, ମୁଟୁକୁଦର ପାଟମୁଣ୍ଡା ଅଞ୍ଚଳରେ ଦିନ ତମାମ ଖଣିଜ ଗଚ୍ଛିତ ରଖାଯାଇଥିବା ସ୍ଥାନ ବୁଲି ଦେଖିଛି ଟିମ୍ । ବହୁ ଚର୍ଚ୍ଚିତ ତେଲେନଡିହି ବେଆଇନ୍ କୋଇଲା ଖଣିର ସରଜମିନ ତଦନ୍ତ ପରେ କୋଇଡ଼ାରେ ଖଣି ଚୋରିକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଏନଫୋର୍ସମେଣ୍ଟ ଟିମ ।

You might also like