ପୁଣି ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି
ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହ ଦୁଇଟି ମାଇନର୍, ଦୁଇଟି ମେଜର କିମ୍ବା ୩ଟି ମାଇନର୍ ପାଠ୍ୟକ୍ରମକୁ ଚୟନ କରିପାରିବେ।ଉଚ୍ଚଶିକ୍ଷା ବିଭାଗ କହିଛି ଯେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ U.G. କମନ୍ ଆବେଦନ ଫର୍ମ (CAF) ଦାଖଲ କରିବାର ଶେଷ ତାରିଖକୁ ୪ ଜୁନ୍ ରାତି ୧୧.୪୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।
