ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା।

ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା। ଆସନ୍ତା ଜୁନ ମାସରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ସରକାରଙ୍କ ଏହି ପଦକ୍ଷେପ ଅନୁସାରେ, ୨୦୨୫ ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ସେମାନଙ୍କୁ ସରକାର ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ । ସେହିଭଳି ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ, ସେମାନଙ୍କୁ ବି ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ବର୍ଦ୍ଧିତ ଭତ୍ତା ନେଇ DSSOSଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

You might also like