‘ସୁଭଦ୍ରା’ ରେ ଏଣିକି ମିଳିବ ଋଣ!

ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ ଆଉ ୩ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି।ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ନେଇ ଦେଲେ ସୂଚନା। ‘ଶୁଣ ସୁଭଦ୍ରାରେ କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ। ଯୋଗାଯୋଗ କରି ଋଣ କେମିତି ନେବେ ଜାଣି ପାରିବେ।

କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ ଡାଏଲ୍‌ କରି ଅସୁବିଧା ବୁଝିବ। ସୁଭଦ୍ରା ସେତୁ ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା।’ସେପଟେ ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏନେଇ ଗଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ।

You might also like