ଓରେରାର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଅସିତ କୁମାର ମହାପାତ୍ର

ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ରେ ଗୁରୁତ୍ଵପୂର୍ଣ୍ଣ ନେତୃତ୍ଵ ପରିବର୍ତ୍ତନ ହୋଇଛି। ଅସିତ ମହାପାତ୍ର ORERAର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ। ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସରକାର ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ଓରେରାର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି।ଏହି ନିଯୁକ୍ତି ORERAର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ ଏବଂ ରିଅଲ ଇଷ୍ଟେଟ୍ ମାମଲାରେ ନିୟାମକ ତଦାରଖକୁ ସୁଦୃଢ଼ ​​କରିବ ବୋଲି ଆଶା କରାଯାଉଛି। ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶଙ୍କ ସହ ମିଶି ଅସିତ ମହାପାତ୍ର ଏ କ୍ଷେତ୍ରରେ ବର୍ତ୍ତମାନର ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଅଭିନବ ସମାଧାନ ପ୍ରଦାନ କରିବେ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

You might also like