ଭିଜିଲାନ୍ସ ଜାଲରେ ଏଆରଆଇ

ଭିଜିଲାନ୍ସ ଜାଲରେ ଏଆରଆଇ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଭୂମିହୀନ ଗରିବ ଲୋକଙ୍କୁ ଜାଗା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ କୈଳାସ ।ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ରେଡ୍ ହେଉଛି । ତାଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।ପୂର୍ବରୁ ୨୦୧୬ରେ ଗିରଫ ହୋଇଥିଲେ କୈଳାସ ଚନ୍ଦ୍ର ବେହେରା । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିଲେ ।

You might also like