କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ବଳଗଣ୍ଡି ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ  ।  

ବ୍ୟାଙ୍କରେ ଲାଗିଲା ନିଆଁ। ବ୍ୟାଙ୍କ ଭିତରୁ ବାହାରୁଛି ଧୂଆଁ। କେନ୍ଦ୍ରାପଡ଼ା ଟାଉନ ଥାନା ନିକଟ ବଳଗଣ୍ଡି ଛକରେ ଥିବା ଅର୍ବାନ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ। ଷ୍ଟ୍ରଙ୍ଗ ରୁମରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ନିଆଁ ଆୟତ୍ତ ପାଇଁ ଚେଷ୍ଟା କରିବା ସମୟରେ ବ୍ୟାଙ୍କ ମ୍ୟାନେଜର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି । ସୁନା ଦୋକାନରେ ପଶିଲେ ।

You might also like