ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ବର ସରସ୍ବତୀପୁର ସମଲପୁର ଛକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୬ରୁ ୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଜଣେ ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି।ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ହୋଟେଲ ମାଲିକଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର । ଆଜି ସକାଳେ ସେ ନିଜ ଘରୁ କାର୍‌ ଯୋଗେ ନିଜ କାର୍ଯ୍ୟାଳୟକୁ ଯାଉଥିଲେ।

ମାତ୍ର ସମଲପୁର ଛକ ନିକଟରେ କାର୍‌ ଓ ବାଇକ୍‌ରେ ଆସିଥିବା ୭,୮ ଦୁର୍ବୃତ୍ତ ସଞ୍ଜୀବ କୁମାରଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସେମାନେ ଗାଡ଼ିରୁ ସଞ୍ଜୀବ କୁମାରଙ୍କୁ ଟାଣି ଆଣି ଖଣ୍ଡା ଓ ଭୁଜାଲିରେ ଚୋଟ ପରେ ଚୋଟ ପକାଇଥିଲେ।ଫଳରେ ହୋଟେଲ ମାଳିକ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହେଲେ ଆକ୍ରମଣର ସଠିକ୍‌ କାରଣ ବର୍ତ୍ତାମାନସୁଦ୍ଧା ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

You might also like