‘ବାରବାଟୀ’ରେ ଟିକେଟ୍ ପାଇଁ ଦଳାଚକଟା । ସ୍ଥିତି ଅଣାୟତ
ଟିକେଟ୍ ପାଇଁ ସ୍ଥିତି ଅଣାୟତ । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ହେଉଛି । ଯାହାକୁ ନେଇ କଟକ ବାରବାଟୀରେ ଲୋକଙ୍କ ନାହିଁ ନଥିବା ଭିଡ ସକାଳୁ ଦେଖିବାରୁ ମିଳିଥିଲା । ସମୟ ବଢିବା ସହ ଭିଡ ମଧ୍ୟ ବଢିଥିଲା । ତେବେ ସାଧାରଣ ଦର୍ଶକଙ୍କ କାଉଣ୍ଟରରେ ବିକ୍ରି ହେବ ୧୧ ହଜାର ୮୦ ଟିକେଟ । କିନ୍ତୁ ଟିକେଟ ହାତେଇବାକୁ ପ୍ରାୟ ୫୦ ହଜାର ଦର୍ଶକ ଭିଡ଼ ଲଗାଇଛନ୍ତି ।ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ । ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଭିଡ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଅଚେତ୍ ହେଉଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ନାକେଦମ୍ ହୋଇପଡିଲାଣି । ଏହାରି ଭିତରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି । ଠିଆ ହୋଇଥିବା ମହିଳା ଯଦି ଟିକେଟ ପାଆନ୍ତି ତେବେ ସବୁ ଟିକେଟ ସରିବା ଆଶଙ୍କା ସୃଷ୍ଟି ହୋଇଛି । ଯୋଜନବଦ୍ଧ ଭାବେ ଟିକେଟ ହାତେଇବା ଲାଗି ଉଦ୍ୟମ ହୋଇଥିବା ଅଭିଯୋଗ ଉଠୁଛି ।
