୫ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ ୫ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ନିଜ ବିରୋଧରେ ମିଛ ମାମଲା ଏବଂ ତାଙ୍କର ଗିରଫଦାରୀକୁ ନେଇ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସାଂସଦ।ପ୍ରଦୀପ କହିଛନ୍ତି, ” ସେମାନେ ମୋତେ ଦଳରୁ ବହିଷ୍କାର କଲେ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଛନ୍ତି। ଆଗକୁ ଓଡ଼ିଆ ନୂଆ ବର୍ଷ ଆସୁଛି, ସେତେବେଳେ ସବୁ ପାଞ୍ଜି ଖୋଲିଦେବି। ନିଜର ଗିରଫରେ ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ସେ ଆକ୍ଷେପ କରିଥିଲେ। ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍‌ କହିଥିଲେ ସେ ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ହେଲେ।” ଜେଲ୍ ଭିତରେ ବି ମୋତେ ହଇରାଣ କରାଯାଇଛି । ବିଜେଡ଼ି ପାଞ୍ଜି ମୋ ପାଖରେ । ଆଗକୁ ସବୁ ଖୋଲିବି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

You might also like