୩ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଲାଗିବ ମର୍ଚ୍ଚାଣ୍ଟ୍ ଫିସ୍

ମହଙ୍ଗା ହୋଇପାରେ ୟୁପିଆଇ ଟ୍ରାଞ୍ଜାକ୍ସନ ? ୩ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଲାଗିବ ମର୍ଚ୍ଚାଣ୍ଟ୍ ଫିସ୍ । ୟୁପିଆଇ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ହଠାତ ଏଭଳି ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହି ଟେକ୍ନିକାଲ ପରିବର୍ତ୍ତନ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଫାଇନାନସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ, ନୂଆ ନିୟମ ଆଣିବାର ଉଦ୍ଦେଶ୍ୟ ହେଉଛି ୟୁପିଆଇ ସିଷ୍ଟମ ଉପରେ ଚାପ କମାଇବା। ଏହାର ପ୍ରଭାବ ଏହା ହେବ ଯେ ଆପଣ ୟୁପିଆଇ ଆପରୁ ଯାଞ୍ଚ କରୁଥିବା ବାଲାନ୍ସ ଉପରେ ଏକ ସୀମା ରହିବ। ଆପଣ ସେଟ କରିଥିବା ଅଟୋ ପେମେଣ୍ଟରେ ମଧ୍ୟ ପରିବର୍ତ୍ତନ ହେବ।ରିପୋର୍ଟ ଅନୁସାରେ, ଗତ ଦୁଇ-ତିନି ମାସ ମଧ୍ୟରେ ଅନେକ ଥର ୟୁପିଆଇ ପେମେଣ୍ଟ ବନ୍ଦ ହୋଇଛି।

କୁହାଯାଉଛି ଯେ ଏପ୍ରିଲ ୧୨ ତାରିଖରେ ୫ ଘଣ୍ଟା ପର୍ଯ୍ୟନ୍ତ ପେମେଣ୍ଟ ବନ୍ଦ ରହିବା ହେତୁ ଲୋକମାନେ ବହୁତ ଅସୁବିଧାରେ ପଡ଼ିଥିଲେ। ଏହା ତିନି ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ଆଉଟେଜ ଥିଲା। ୟୁପିଆଇ ହେତୁ ଅନେକ ଲୋକ ଓ୍ଵାଲେଟ ରଖିବା ବନ୍ଦ କରିଦେଇଛନ୍ତି କିମ୍ବା ଓ୍ଵାଲେଟରେ ଟଙ୍କା ରଖୁନାହାନ୍ତି। ଏପରି ପରିସ୍ଥିତିରେ, ୟୁପିଆଇ ବନ୍ଦ ହେଲେ ଲୋକମାନେ ବହୁତ ଅସୁବିଧାରେ ପଡ଼ନ୍ତି। ଏହି ପରିସ୍ଥିତିର ସମାଧାନ ପାଇଁ ନିୟମରେ ପରିବର୍ତ୍ତନ କରାଯାଉଛି। ୨୦୨୦ରୁ ଏବେ ଯାଏ ୟୁପିଆଇର ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନର ଆକାର ବଢିକି ୬୦ ଲକ୍ଷ କୋଟିରେ ପହଞ୍ଚିଛି । କିନ୍ତୁ ଜାନୁଆରୀ ୨୦୨୦ରେ ଲାଗୁ ହୋଇଥିବା ଏମଡିଆର ପଲିସି କାରଣରୁ ଏହି ସେକ୍ଟରରେ ନିବେଶ କମ ହେଉଛି । ତେବେ ବଡ଼ ଟ୍ରାଞ୍ଜାକ୍ସନରେ ସର୍ଭିସ ପ୍ରୋଭାଇଡରଙ୍କ ଲାଭ ପୂର୍ବ ଅପେକ୍ଷା ବଢିଛି ।

You might also like