ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭେଟିଛନ୍ତି । ଏହି ଅବସରରେ ଦିଲ୍ଲୀପ ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ ୩ଟି ମୁଖ୍ୟ ପ୍ରସଙ୍ଗ ଉଠାଇଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ରାଉରକେଲା ଓ ଏହାର ଆଖପାଖ ଜିଲ୍ଲା ରେଳବାଇ ଭଲ ରାଜସ୍ୱ ଦେଉଛି । କିନ୍ତୁ ସେହି ଅଂଚଳରେ ରେଳବାଇର ଭଲ ଭିତ୍ତିଭୂମି ଓ ଭଲ ଯାତ୍ରୀସେବା ନାହିଁ । ତେଣୁ ପୂର୍ବତଟ ରେଳବାଇ ଅଧୀନରେ ରାଉରକେଲାରେ ଏକ ନୂଆ ରେଳବାଇ ଡିଭିଜନ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ଦିଲ୍ଲୀପ ରାୟ । ସେହିପରି ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ୩୦ ହଜାର କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ଠପ୍ ହୋଇ ରହିଛି । ତେଣୁ ସେଲ୍ ଅଧୀନରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ତ୍ବରିତ ସମ୍ପ୍ରସାରଣ ପାଇଁ ଦାବି ରଖିଛନ୍ତି ଦିଲ୍ଲୀପ ରାୟ। ରାଉରକେଲା ବିମାନବନ୍ଦରର ଉନ୍ନତିକରଣ ଓ ସମ୍ପ୍ରସାରଣ ପ୍ରତି ମଧ୍ୟ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଦିଲ୍ଲୀପ ।

You might also like