ଜଗନ୍ନାଥଙ୍କୁ ନେଇ ହୋଇଥିବା କାର୍ଟୁନ ଏବେ ସୋସିଆଲ ମିଡିଆରେ ଭାଇରାଲ

ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଟୁନଟି କିଏ ଆଙ୍କିଛି ତାର ତଥ୍ୟ ଜଣାପଡ଼ିନାହିଁ । କାର୍ଟୁନରେ ବଙ୍ଗଳା ଭାଷାରେ ଲେଖାଯାଇଥିବାରୁ ପଶ୍ଚିମବଙ୍ଗର କେହି ଆଙ୍କିଥିବା ଅନୁମାନ କରାଯାଇଛି ।କାର୍ଟୁନରେ ଦେଖାଯାଇଛି ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ହାତ ଧରି ପୁରୀରୁ ଟାଣିଟାଣି ନେଇ ଯାଉଛନ୍ତି । କହୁଛନ୍ତି ‘ଚାଲ,ଏଖୁନୀ ଦିଘାୟ ଚାଲ୍’ ସେପଟେ ପ୍ରତ୍ୟୁତ୍ତରରେ ଶ୍ରୀଜଗନ୍ନାଥ କହୁଛନ୍ତି,’ ପ୍ଲିଜ୍ ଆମାକେ କ୍ଷମା କରେ ଦାଓ ପ୍ଲିଜ୍ । ସେହି କାର୍ଟୁନରେ ତଳେ ଲେଖାଯାଇଛି ‘ସାରା ଜୀବନ୍ ମାସିର୍ ବାଡି ତେଇ ଗେଲି, ଏବାର ପିସିର୍ ବାଡି ଥାକବି ଚଲ’ ଅର୍ଥାତ ସାରା ଜୀବନ କେବଳ ମାଉସୀ ଘରକୁ ଗଲ,ଏବେ ପିଉସୀ ଘରେ ରହିବ ଚାଲ । ଏହି ବ୍ୟଙ୍ଗ ଚିତ୍ରକୁ ନେଇ ସାରା ଓଡ଼ିଶାରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜଗନ୍ନାଥ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

You might also like