କୋହଲିଙ୍କ ପବ୍-ରେଷ୍ଟୁରାଣ୍ଟରେ ବେଙ୍ଗାଲୁରୁ ପୋଲିସ୍‌ ବଡ ଆକ୍ସନ

ଅଡୁଆରେ କ୍ରିକେଟର ବିରାଟ୍‌ କୋହଲି । ବେଙ୍ଗାଲୁରୁ ପୋଲିସ କ୍ରିକେଟରଙ୍କ ପବ୍-ରେଷ୍ଟୁରାଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋହଲିଙ୍କ ୱାନ8 କମ୍ୟୁନ୍ ପବ୍ ଆଣ୍ଡ ରେଷ୍ଟୁରାଣ୍ଟ ବିରୁଦ୍ଧରେ ନୋ ସ୍ମୋକିଂ ଜୋନ୍ ନଥିବାରୁ ପୋଲିସ ଏକ ମାମଲା ରୁଜୁ କରିଛି। ରେଷ୍ଟୁରାଣ୍ଟ ମଧ୍ୟରେ ଧୂମପାନ ପାଇଁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ନଥିବା ଯୋଗୁଁ ସିଓଟିପିଏର ଧାରା ୪ ଏବଂ ୨୧ ଅନୁଯାୟୀ ପବ୍ କୁ ବୁକ୍ କରାଯାଇଛି। ଏହି ଧାରା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦର ଭଳି କିଛି ସ୍ଥାନରେ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ପାଇଁ ଅନୁମତି ଦିଏ।ଯାହାକୁ ନେଇ କ୍ୟୁବନ୍ ପାର୍କ ପୋଲିସ ଶନିବାର ଦିନ ଏକ ମାମଲା ପଞ୍ଜିକୃତ କରିଛି। ତେବେ ବେଙ୍ଗାଲୁରୁ ସହର ପୋଲିସ ଦ୍ୱାରା ସାର୍ବଜନୀନ ଧୂମପାନ ନିୟମ ଲାଗୁ କରିବା ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନର ଏହା ଏକ ଅଂଶ ବୋଲି ଜଣାପଡ଼ୁଛି। କାରଣ କର୍ଣ୍ଣାଟକ ସରକାର ହୁକ୍କା ବାର ଉପରେ ସମ୍ପୂର୍ଣ୍ଣ ନିଷେଧ ଏବଂ ତମାଖୁ ଉତ୍ପାଦ କ୍ରୟ ପାଇଁ ଆଇନଗତ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାର ମାତ୍ର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋହଲିଙ୍କ ପବ୍ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହା ପ୍ରଥମ ଥର ନୁହେଁ। ଗତ ବର୍ଷ ଜୁଲାଇରେ, ୱାନ8 କମ୍ୟୁନ୍ ପବ୍ ଏବଂ ରେଷ୍ଟୁରାଣ୍ଟ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଜୁଲାଇ ୨୦୨୪ରେ, ବନ୍ଦ ସମୟର ନିୟମ ଉଲ୍ଲଂଘନ କରିବା ପାଇଁ ୱାନ8 କମ୍ୟୁନ୍ ପବ୍ ପରିଚାଳକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଥିଲା।

You might also like