ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ।

ସିବିଏସଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ସିବିଏସଇର cbseresults.nic.in, results.cbse.nic.in ଏବଂ digilocker.gov.in ରେ ଚେକ୍‍ କରିପାରିବେ ଛାତ୍ରଛାତ୍ରୀ । ଭୁବନେଶ୍ୱରରେ ସିବିଏସ୍‌ସି ଦ୍ୱାଦଶ ପାସ୍‌ହାର ୮୩.୬୭ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଏଥର ୧୭ ଲକ୍ଷ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି । ଆଉ କିଛି ସମୟ ପରେ ସିବିଏସ୍‌ସିର ଦଶମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇପାରେ ।

You might also like