ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣ ପ୍ରସଙ୍ଗର ପୁନର୍ବିଚାର କରନ୍ତୁ କେନ୍ଦ୍ର ସରକାରl
ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣ ପ୍ରସଙ୍ଗର ପୁନର୍ବିଚାର କରନ୍ତୁ କେନ୍ଦ୍ର ସରକାରl ସରକାରୀ ସମ୍ପତ୍ତିକୁ ଆଖିବୁଜି ଘରୋଇକରଣ କରିବା ଉଚିତ୍ ନୁହେଁ।। ସବୁ ସମ୍ପତ୍ତିର ସଠିକ ପରିଚାଳନା କରିବା ପାଇଁ ଘରୋଇକରଣ ଏକ ଭ୍ରାନ୍ତ ଧାରଣା ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦର ଲାଭଦାୟକ ହୋଇଥିବାରୁ ଏହାକୁ ଘରୋଇକରଣ କରିବା ଠିକ୍ ନୁହେଁ ବୋଲି ବିଜେଡି କହିଛି । ତେବେ ବିଜେପି କିନ୍ତୁ ଏ ପ୍ରସଂଗରେ ଭିନ୍ନ ଯୁକ୍ତି ବାଢିଛିl ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଦେଶ ଓ ରାଜ୍ୟର ଉନ୍ନତି ପାଇଁ ଘରୋଇକରଣ କରାଯାଉଛି।
