ଅବସର ପରେ ସରକାରୀ ପଦ ଗ୍ରହଣ ଓ ନିର୍ବାଚନ ଲଢ଼ିବା ଅନୁଚିତ- CJI ଗୱାଇ

ଅବସର ପରେ ସରକାରୀ ପଦ ଗ୍ରହଣ ଅନୁଚିତ । ଖାଲି ପଦ ଗ୍ରହଣ ନୁହେଁ ବରଂ ନିର୍ବାଚନ ଲଢ଼ିବା ଅନୁଚିତ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ଆର୍‌ ଗୱାଇ ଏହା କହିଛନ୍ତି । ଏଭଳି ଅଭ୍ୟାସ ‘ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା’ ସୃଷ୍ଟି କରିବା ସହ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଯାଉଛି ବୋଲି ସେ  ସତର୍କ କରାଇ ଦେଇଛନ୍ତି। ମଙ୍ଗଳବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସ୍ୱାଧୀନତା ଉପରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ରାଉଣ୍ଡଟେବୁଲ ସମ୍ମିଳନୀରେ ପ୍ରଧାନ ବିଚାରପତି ଗୱାଇ କହିଛନ୍ତି।ଏପରିକି ସେ ଓ ତାଙ୍କର ଅନେକ ସହଯୋଗୀ ସରକାରଙ୍କଠାରୁ ଅବସର ପରବର୍ତ୍ତୀ କୌଣସି ଭୂମିକା ବା ପଦବି ଗ୍ରହଣ କରିବେ ନାହିଁ ବୋଲି ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ।

You might also like