ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା
ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା। ଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା। ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି ।

ଶୋଭାଯାତ୍ରାରେ ପୋଲିସ, ସିଆରପିଏଫ, ଏନସିସି, ଟ୍ରାଫିକ ପୋଲିସ ସାମିଲ୍ ଅଛନ୍ତି। କଳିଙ୍ଗ ଷ୍ଟାଡିୟମର ୩ନଂ ଗେଟ୍ରୁ ରାଜଭବନ ଛକ ଯାଏଁ ଯାଇଥିଲା ଏହି ଶୋଭାଯାତ୍ରା।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇ ପତାକା ଉତ୍ତୋଳନ କରିଥିଲେ। ସାମିଲ ହୋଇଥିଲେ ସେନାବାହିନୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ , ଡିସିପି ଓ ସିପି ସାମିଲ ହୋଇଥିଲେ।
