ପୁଣି ଭୟଙ୍କର ହେଲାଣି କୋଭିଡ,କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ
କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏହି ନୂଆ ଭାରିଆଣ୍ଟ ହେଉଛି LF7 ଓ NB 1.8 । ତେବେ ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । କିନ୍ତୁ ଭଲ କଥା ହେଉଛି ଏହି ନୂଆ ଭାରିଆଣ୍ଟ ଏତେଟା ମାରାତ୍ମକ ନୁହେଁ । ସାଧାରଣ ଥଣ୍ଡା, ଜ୍ବର ଚିକିତ୍ସାରେ ଆକ୍ରାନ୍ତ ଉପଶମ ହେଉଥିବା ଡାକ୍ତର କହିଛନ୍ତି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି । କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । କୌଣସି ମାମଲା ଚିହ୍ନଟ ହୋଇନଥିଲେ ସୁଦ୍ଧା ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।
