ମାଓ ଅପରେସନରେ ସନ୍ଧାନୀ କୁକୁର K9 ରୋଲୋ ସହିଦ
ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳର କାରେଗଟ୍ଟା ଜଂଗଲରେ ଗତ ୨୦ ଦିନ ଧରି ୧୦ ହଜାର ସିଆରପିଏଫ ଯବାନ ଅପରେସନ କରୁଥିବା ବେଳେ ତାଂକ ସହ ସନ୍ଧାନୀ କୁକୁର ରଲୋ ମଧ୍ୟ ଥିଲା। ରଲୋ ଅପରେସନ ବେଳେ ଲ୍ୟାଣ୍ଡମାଇନ ଖୋଜିବାରେ ସିଦ୍ଧହସ୍ତ ଥିଲା। ସେ ଯବାନଙ୍କର ଜୀବନ ବହୁ ଥର ବଞ୍ଚାଇଛି। ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କାରେଗୁଟ୍ଟା ପାହାଡ଼ (KGH) ରେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ମହୁମାଛିମାନେ ହଠାତ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ, CRPF କର୍ମଚାରୀଙ୍କ ସହିତ ସର୍ଚ୍ଚ ଅପରେସନରେ ସାମିଲ ଥିବା K9 ରୋଲୋ ଗୁରୁତର ଆହତ ହୋଇଥିଲା। ଯଦିଓ ତାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଇଥିଲା, ଶେଷରେ ପଶୁଚିକିତ୍ସକ ତାକୁ ୨୦୨୫ ମସିହା ଏପ୍ରିଲ ୨୭ ତାରିଖରେ ମୃତ ଘୋଷଣା କରିଥିଲେ। ରଲୋକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଂକର ଶବ ସତ୍କାର କରାଯାଇଥିଲା। ରଲୋର ବୀରତ୍ବକୁ ସମସ୍ତେ ଭୃୟସୀ ପ୍ରଶଂସା କରୁଛନ୍ତି।
