ଦ୍ବନ୍ଦ୍ବ ବଢ଼ାଇଲା ବାଲିଯାତ୍ରା ଜାତୀୟ ମାନ୍ୟତା

ଐତିହାସିକ କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ‘ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗ ନେଇ ବଢିଲା ଦ୍ବନ୍ଦ୍ବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏନେଇ ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି ବୋଲି ବିଭିନ୍ନ ଫୋରମରେ ଚଚ୍ଚା ଆସିବା ପରେ ବଭିନ୍ନ ବ୍ୟକ୍ତିବିଶେଷ ସ୍ବାଗତ କରିବା ସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଆରମ୍ଭ କରିଛନ୍ତି ।କିନ୍ତୁ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଶେଖାୱତ ଯେଉଁ ଲିଖିତ ଉତ୍ତର ରଖିଛନ୍ତି, ସେଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ବା ଘୋଷଣା କରାଯାଇ ନାହିଁ ।

You might also like