ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଚେତାବନୀ!
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି। କୁହାଯାଇଛି ଯେ, ନଭେମ୍ବର ୨୩ ରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇପାରେ। ସୁମାତ୍ରା ଉପକୂଳ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ଯୋଗୁଁ ଆଗାମୀ ଦିନରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷିଣ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅବପାତରେ ପରିଣତ ହେବ । ଏହା ୨୫ ତାରିଖରେ ଡିପ ଡିପ୍ରେସନ କିମ୍ବା ବାତ୍ୟାରେ ପରିଣତ ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ପେଙ୍ଗାଲ । କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।
୨୭ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁପାରେ ।ଏପଟେ ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ । ତାଙ୍କ ଆକଳନ ଅନୁସାରେ ଚଳିତ ସପ୍ତାହ ଶେଷ ଆଡ଼କୁର ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ କିମ୍ବା ଶ୍ରୀଲଙ୍କାରେ ହିଟ କରିବ । ବାତ୍ୟା ପେଙ୍ଗାଲର ପ୍ରଭାବ ଶ୍ରୀଲଙ୍କା ସମେତ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିପାରେ । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।
