ଶିନ୍ଦେ ଓ ଦେବେନ୍ଦ୍ର ଫଡନବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ! ଜାଣନ୍ତୁ କାହିଁକି ?

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସ୍‌ପେନ୍ସରେ ସୋମବାର ପଡ଼ିବ ପୂର୍ଣ୍ଣଚ୍ଛେଦ । ଭାରତୀୟ ଜନତା ପାର୍ଟି ଦେବେନ୍ଦ୍ର ଫଡନବିସଙ୍କ ନାମ ଚୂଡ଼ାନ୍ତ କରିଥିବା ବେଳେ ଆଜି ନାଁ ଘୋଷଣା ହେବ ବୋଲି କୁହାଯାଉଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମହାରାଷ୍ଟ୍ରରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ । ଏପଟେ ଡିସେମ୍ବର ୫ ତାରିଖରେ ଶପଥ ସମାରୋହ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ତେବେ ଶିବସେନା ନେତା ତଥା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ପଦ ଛାଡିବାକୁ ଚାହୁଁନାହାଁନ୍ତି।ସେ କହିଛନ୍ତି ଯେ ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ଏହାପୂର୍ବରୁ ସେ କହିଥିଲେ ଯେ ଯଦି ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟ ହୋଇ ନ ଥାଆନ୍ତା ତେବେ ତାଙ୍କର ୯୦-୧୦୦ ଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ ଏବଂ ଏହାର ଆସନ ଅଧିକ ହୋଇଥାନ୍ତା।ଏହି ସମୟରେ ସେ କହିଛନ୍ତି, ମୁଁ ଲୋକଙ୍କର ମୁଖ୍ୟମନ୍ତ୍ରୀ। ମୁଁ ସର୍ବଦା କହୁଛି ଯେ ଜଣେ ମୁଖ୍ୟମନ୍ତ୍ରୀ ହେବା ସହିତ ମୁଁ ମଧ୍ୟ ଜଣେ ସାଧାରଣ ଲୋକ। ମୁଁ ଲୋକଙ୍କ ସମସ୍ୟା ଜାଣେ ଏବଂ ସେମାନଙ୍କର ଯନ୍ତ୍ରଣା ବୁଝିଛି। ମୁଁ ଚେଷ୍ଟା କରିଛି ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ମୁଁ ମୁଖ୍ୟମନ୍ତ୍ରୀ ହେବା ଉଚିତ୍‌।

You might also like