Dunki ରିଲିଜ୍ ପୂର୍ବରୁ ମନ୍ଦିର ଗଲେ ଶାହରୁଖ
ବଲିଉଡ୍ର ବାଦଶାହ ଶାହରୁଖ ଖାନ୍ ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ହୋଇଥିଲା। ଶାହାରୁଖଙ୍କ ‘ଜୱାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ଶାହାରୁଖ ତାଙ୍କ ଝିଅ ସୁହାନା ଖାନଙ୍କ ସହ ଗୁରୁବାର ଶିରିଡି ସାଇ ବାବା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହା ପୂର୍ବରୁ କିଙ୍ଗ ଖାନ୍ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ପରିଦର୍ଶନ କରିବାକୁ ପହଞ୍ଚିଥିଲେ।
ମଙ୍ଗଳବାର ସକାଳେ ତାଙ୍କୁ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଶାହାରୁଖ ନିଜ ମୁହଁକୁ ଲୁଚାଇବା ପାଇଁ କଳା ଚଷମା ଏବଂ ଜ୍ୟାକେଟ ପିନ୍ଧିବା ସହ ମୁଣ୍ଡରେ ଜ୍ୟାକେଟର ଟୋପି ପକାଇଛନ୍ତି। ଏହା ସହ ଅଭିନେତାଙ୍କୁ ତାଙ୍କ ସୁରକ୍ଷାକର୍ମୀ ଘେରି ରହିଛନ୍ତି।
