ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା କପୁର ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମ ପ୍ରଯୋଜକ ଏକତା କପୁର । ଏହାସହ ସାବରମତୀ ରିପୋର୍ଟ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏକତା କପୁର । ସୂଚନା ଅନୁସାରେ ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର । ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଥିଲେ ।

ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଅଛି । ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାବରମତୀ ରିପୋର୍ଟକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ। ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି।

You might also like