ଅହମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ଯାତ୍ରୀ ଓ ୫୩ ଜଣ ବ୍ରିଟିସ ନାଗରିକ ରହିଥିଲେ । ତେବେଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ଏହି ଅଭାବନୀୟ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏୟାର ଇଣ୍ଡିଆର ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ନେଇ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ସମସ୍ତ ଯାତ୍ରୀ, କ୍ରୁ ସଦସ୍ୟ ଏବଂ ସେମାନଙ୍କର ପରିବାର ପାଇଁ ପ୍ରାର୍ଥନା କରୁଛି। ଭଗବାନ ଜଗନ୍ନାଥ ସମସ୍ତ ଆହତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ। ଏଭଳି ଏକ ଖରାପ ସମୟରେ ଗୁଜରାଟର ଲୋକଙ୍କ ସହିତ ଓଡ଼ିଶା ଛିଡ଼ା ହୋଇଛି।
