ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ବାପା

ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ଶୁଭାଶିଷ ପାଣିଗ୍ରାହୀ ଗତକାଲି ମଧ୍ୟାହ୍ନରେ ନିଜ ପୁଅ, ଝିଅଙ୍କୁ ମୃଦୁପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ । ନିଜେ ମଧ୍ୟ ପିଇଥିଲେ । ଅସୁସ୍ଥ ହେବା ପରେ ସମ୍ପର୍କୀୟ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୮ ବର୍ଷର ପୁଅ ବିଜୟାନନ୍ଦଙ୍କ ମୃତ୍ୟୁ ହୋଇଥିଲା । ପରେ ବାପା ଶୁଭାଶିଷ ଓ ଝିଅ ପ୍ରିୟଦର୍ଶିନୀଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୨ର ଝିଅ ପ୍ରିୟଦର୍ଶିନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଆଜି ବାପା ଶୁଭାଶିଷ ପାଣିଗ୍ରାହୀ ମଧ୍ୟ ଆଖିବୁଜିଛନ୍ତି । ଗତ ମାର୍ଚ୍ଚ ୨୧ତାରିଖରେ ଶୁଭିଶିଷର ସ୍ତ୍ରୀ ଶ୍ବେତାର ଅଚାନକ ମୃତ୍ୟୁ ହୋଇଥିଲା ।ଏଯାଏଁ କାରଣ ଅସ୍ପଷ୍ଟ ରହିଥିବାବେଳେ ପାରିବାରକ କଳହରୁ ଏପରି ହୋଇଥିବା ଅନୁମାନ କରାଯାଉଛି। ତେବେ ବୋହୂର ମୃତ୍ୟୁ ପରେ ଶୁଭାଶିଷ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ସେ ଏଭଳି କାଣ୍ଡ କରିଥିବା ଶୁଭାଶିଷଙ୍କ ବାପା କହିଛନ୍ତି।ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like