ରାହୁଲଙ୍କ ବଢିଲା ଅଡୁଆ, ଥାନାରେ ହେଲା ଲିଖିତ ଅଭିଯୋଗ

ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଥାନାରେ ଏତଲା । ବିଜେପି ତରଫରୁ ଗୁରୁବାର ଦିନ ସଂସଦ ମାର୍ଗରେ ଥିବା ଥାନାରେ ଏତଲା ହୋଇଛି । ସଂସଦ ପରିସରରେ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରି ପକାଇଦେବା ମାମଲାରେ ବିଜେପି ଥାନାରେ ଲିଖିତ ଅଭିଯୋଗ କରିଛି । ବିଜେପିର ସାଂସଦ ବାଂସୁରୀ ସ୍ୱରାଜ, ଅନୁରାଗ ଠାକୁର ଓ ହେମାଙ୍ଗ ଜୋଶୀ ସଂସଦ ମାର୍ଗରେ ଥିବା ଥାନାରେ ରାହୁଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନା ଥାଉକି, ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ ଆଜି ବିରୋଧ କରାଯାଇଥିଲା। ଏହି ସମୟରେ ବିଜେପି ଏବଂ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଯେଉଁଥିରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ସେବେଠାରୁ ଦଳ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ପ୍ରତାପ କହିଥିଲେ କି ରାହୁଲ ଗାନ୍ଧୀ ତାଙ୍କୁ ପେଲି ଦେବାରୁ ସେ ପଡିଗଲେ । ଏହା ପରେ ରାହୁଲଙ୍କ ଏପରି ଆଚରଣକୁ ନିନ୍ଦା କରୁଛନ୍ତି ବିଭିନ୍ନ ବିଜେପି ନେତା ।

You might also like