ମାର୍ଚ୍ଚ ୩୦ ରୁ ରାଜଧାନୀ ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ

ମାର୍ଚ୍ଚ ୩୦ ରୁ ଓଡିଶାର ରାଜଧାନୀ ସହର ଆଉ ଦୁଇଟି ପ୍ରମୁଖ ଗନ୍ତବ୍ୟସ୍ଥଳ – ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ସହିତ ବିମାନ ଯୋଗେ ସଂଯୋଗ ହେବ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ୱାରା ଏହା ପ୍ରକାଶ କରାଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହି ଦୁଇଟି ନୂତନ ବିମାନ ରୁଟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଦୁଇଟି ଘରୋଇ ଗନ୍ତବ୍ୟସ୍ଥଳକୁ ଦୈନିକ ବିମାନ ଉଡାଣ ଫଳରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ହେବ।ରାଜ୍ୟ ସରକାରଙ୍କ ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ଓଡିଶା ରାଜଧାନୀରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ବିମାନ ସେବା ଆରମ୍ଭ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରୁ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦର ଏବଂ ପୋର୍ଟ ବ୍ଲେୟାରର ବୀର ସାଭରକର ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରତିଦିନ ବିମାନ ସେବା ୩୦ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି।

You might also like