ପୁଣି ଚିନ୍ତା ବଢ଼ାଇଲା ସୁନା ଦର।୯୩ ହଜାର ପାର କଲା ସୁନା ଦର

ପୁଣି ଚିନ୍ତା ବଢ଼ାଇଲା ସୁନା ଦର। ଏକାଥରେ ବଢ଼ିଲା ୨୭୦୦ ଟଙ୍କା। ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା । ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି । ଦୁଇ ଚାରି ଦିନର ହ୍ରାସ ପରେ ପୁଣି ବଢିଛି ସନା ରୁପା ଦର। ହେଲେ ଯେତିକି କମି ନଥିଲା ତା ଠାରୁ ଅଧିକ ବଢ଼ିଯାଇଛି ଦାମ୍।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ରହିଛି । ଗତକାଲି ଏହା ୮୨,୯୦୦ ରହିଥିଲା । ଏଥିରେ ୨୭୦୦ ଟଙ୍କା ବୃଦ୍ଧି ହୋଇଛି ।ଏହାସହ ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ରହିଛି। ଗତକାଲି ଥିଲା ୬୭,୮୩୦ ଟଙ୍କା। ଯେଉଁଥିରେ ୨,୨୧୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୪୦୦ ରହିଛି। ଗତକାଲି ଏହା ୧୦,୨୦୦ ଥିଲା।

You might also like