ଘର ଭାଙ୍ଗି ଧାନ ଚାଉଳ ସହ ଖାଇଗଲେ ନଗଦ ୮୦ହଜାର ଟଙ୍କା

ସରକାରୀ ରେକର୍ଡରେ ଜଙ୍ଗଲ ବଢୁଛି। କିନ୍ତୁ ବାସ୍ତବ ଅଲଗା। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟର ଘୋର ଅଭାବ ଯୋଗୁଁ ଦିନକୁଦିନ ହାତିପଲ ଗାଁ ମୁହାଁ ହେଉଛନ୍ତି। ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ କିଛି କାମରେ ଆସୁନି। ଲୋକେ ସର୍ବଦା କ୍ଷତି ସହୁଛନ୍ତି। ସୂଚନାମୁତାବକ ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ନିୟମଗିରି ପାହାଡରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଗତ ୭ ଦିନ ହେବ ଏକ ୨୪ଟିକିଆ ହାତୀ ପଲ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଥିଲେ । ଦୁଇ ଦିନ ଭିତରେ କାଟ୍ରିଗୁଡା ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଥିବା ଧାନ ଚାଉଳ, କାନ୍ଦୁଲ, ମାଣ୍ଡିଆ ସହ ମାଣ୍ଡିଆ ହାଣ୍ଡି ଭିତରେ ରଖିଥିବା ନଗଦ ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାକୁ ମଧ୍ୟ ହାତୀ ଖାଇଦେଇଥିବା ଜଣାପଡିଛି । ପ୍ରଥମ ଦିନ ନାରିଆ ହିକକାର ଘର ଭାଙ୍ଗି ଦେଇଥିବା ସହ ଧାନ ମାଣ୍ଡିଆ ସହ ଘର ତିଆରି କରିବାକୁ ରଖିଥିବା ଟଙ୍କା ଖାଇ ଦେଇଥିଲେ । ପୁଣି ଶୁକ୍ରବାର ଲକି ପ୍ରାସ୍କାଙ୍କ ଘର ସମେତ ଦୁଇଟି ଘର ଭାଙ୍ଗି ଦେଇଛନ୍ତି ।

You might also like