ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲକୁ ଜେରା

ବହୁ ଚର୍ଚ୍ଚିତ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ। ଆଜି ଝାରପଡା ଜେଲ ଯାଇ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ। ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୁଲିସ। ପ୍ରଥମେ ଅଲଗା ଅଲଗା, ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । କଳାଧନ, ବେନାମୀ ସମ୍ପତ୍ତି, ସିଏସ୍‌ଆର୍ ଫଣ୍ଡ କେଳେଙ୍କାରୀ ଓ ହାଇପ୍ରୋଫାଇଲ ରାଜନେତାଙ୍କ ଲିଙ୍କ୍ ବାବଦରେ ଆୟକର ଅଧିକାରୀ ମାନେ ପଉରାଉଚରା କରିବେ । ଏଥି ନିମନ୍ତେ ଆୟକର ବିଭାଗ ପକ୍ଷରୁ ୧୦ରୁ ୧୨ଜଣିଆ ଟିମ୍ ପ୍ରସ୍ତୁତ କରାଯାଇଛି ।

ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ , ତା’ର ପ୍ରମାଣ ଖୋଜିବ । ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହୁଁଛି ପୁଲିସ। ପୂର୍ବରୁ ୧୬ ସ୍ଥାନରେ ଚଢାଉ କରି ଆଇଟି ଟିମ୍ ଅନେକ ତଥ୍ୟ ପାଇଛି। ୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଆଇଟି ହାତରେ ଲାଗିଛି।

You might also like