ନୂଆ ଆଶା ସହ ଆରମ୍ଭ ହେଲା ନୂଆବର୍ଷ ୨୦୨୫
ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ବିଦାୟୀ ବର୍ଷର ଘାତ ପ୍ରତିଘାତ, ଦୁଃଖ ଓ କଷ୍ଟକୁ ଭୁଲି ନୂଆବର୍ଷକୁ ଧୁମଧାମରେ କରାଯାଇଛି ସ୍ୱାଗତ । ରାଜ୍ୟ, ଦେଶ ଓ ବିଶ୍ବ ସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ । ପୂଜା ପ୍ରାର୍ଥନା ମନ୍ଦିରରେ ଦର୍ଶନ, ଆଉ କେଉଁଠି ବାଜା ବାଣର ଉତ୍ସବରେ ନୂଆ ବର୍ଷକୁ ସ୍ୱାଗତ । ଜିରୋ ନାଇଟରେ ମତୁଆଲା ହୋଇଛି ବିଭିନ୍ନ ସହର ।ନୂଆବର୍ଷର ସ୍ବାଗତ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରମନ୍ଦିର ନିକଟରେ ଜନସମୁଦ୍ର । ରାତି ଅଧରୁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା । ମଧ୍ୟରାତ୍ରିରେ ଶ୍ରୀମନ୍ଦିର ଭିତରକୁ ଯାଇ ଜଗା ଦର୍ଶନ କରିଛନ୍ତି ଭକ୍ତ । ଜଗନ୍ନାଥ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ପ୍ରତି ଭକ୍ତଙ୍କ ମନରେ ରହିଛି ପ୍ରବଳ ଇଚ୍ଛା ।
